ବାଇବେଲ୍‍ ଦ୍ୱାରା ସ୍ୱର୍ଗକୁ ମାର୍ଗ (The Bible Way to Heaven)

Video

 

July 7, 2015

ବାଇବେଲ୍‍ ମୋକ୍ଷ ସମ୍ପର୍କରେ ବହୁତ ସ୍ପଷ୍ଟ ଅଟେ । ଆପଣ କେତେ ଭଲ ଅଟନ୍ତି ଏହା ତାହା ଉପରେ ଆଧାରିତ ନୁହେଁ । ବହୁତ ଲୋକ ଭାବନ୍ତି ଯେ ସେମାନେ ବହୁତ ଭଲ, ଏବଂ ସେମାନଙ୍କୁ ସ୍ୱର୍ଗରେ ସ୍ଥାନ ମିଳିବ କାରଣ ସେମାନେ ବହୁତ ଭଲ କିନ୍ତୁ ବାଇବେଲ୍‍ କୁହେ, “ଯେଉଁମାନେ ସମସ୍ତେ ପାପ କରିଛନ୍ତି ସେମାନେ ପରମେଶ୍ୱରଙ୍କ ମହିମା ଲାଭରୁ ବଞ୍ଚିତ ହୋଇଥାନ୍ତି ।“ (ରୋମାନ 3:23) ବାଇବେଲ୍‍ କୁହେ, “ଯେପରି ଲେଖାଯାଇଛି: କେହି ଧାର୍ମିକ ନୁହନ୍ତି, ଜଣେ ହେଲେ ବି ।“ (ରୋମାନ 3:10) ମୁଁ ଧାର୍ମିକ ନୁହେଁ । ଆପଣ ଧାର୍ମିକ ନୁହନ୍ତି, ଏବଂ ଯଦି ଆମର ମହତପଣିଆ ଆମକୁ ସ୍ୱର୍ଗ ପ୍ରାପ୍ତି କରାଇଥାଏ, ତେବେ ଆମ ମଧ୍ୟରୁ କେହି ବି ସ୍ୱର୍ଗ ପ୍ରାପ୍ତି କରିବା ନାହିଁ ।

ବାଇବେଲ୍‍ ରିଭିଲେସନ୍‍ 21:8 ରେ ଆହୁରି ମଧ୍ୟ କୁହେ, “କିନ୍ତୁ ଭୟାଳୁ ଏବଂ ଅବିଶ୍ୱାସୀ, ଘୃଣ୍ୟ ଏବଂ ହତ୍ୟାକାରୀଗଣ ଏବଂ ତାନ୍ତ୍ରିକ ଏବଂ ବେଶ୍ୟାଳୟକୁ ଯାଉଥିବା ବ୍ୟକ୍ତିଗଣ, ମୂର୍ତ୍ତି ଉପାସକଗଣ,ଏବଂ ସମସ୍ତ ମିଥ୍ୟାବାଦୀମାନଙ୍କୁ ନିଆଁ ଏବଂ ଗନ୍ଧକରେ ଜଳୁଥିବା ହ୍ରଦରେ ସ୍ଥାନ ମିଳିବ, ଯାହାକି ଦ୍ୱିତୀୟ ମୃତ୍ୟୁ ଅଟେ ।“ ମୁଁ ପୂର୍ବରୁ ମିଛ କହିଛି । ସମସ୍ତେ ପୂର୍ବରୁ ମିଛ କହିଛନ୍ତି, ତେଣୁ ଆମେ ସମସ୍ତେ ପାପ କରିଛେ, ଏବଂ ଆମେ ମିଛ କହିବା ଠାରୁ ଅଧିକ ଖରାପ କାର୍ଯ୍ୟ କରିଛେ । ଚାଲନ୍ତୁ ଏହାର ସମ୍ମୁଖୀନ ହେବା: ଆମେ ସମସ୍ତେ ନର୍କ ପାଇଁ ଯୋଗ୍ୟ ଅଟୁ ।

କିନ୍ତୁ ବାଇବେଲ୍‍ କୁହେ, “କିନ୍ତୁ ପରମେଶ୍ୱର ଆମ୍ଭମାନଙ୍କ ପ୍ରତି ତାଙ୍କର ପ୍ରେମ ଆଶୀର୍ବାଦ ଅର୍ପଣ କରିଛନ୍ତି, ଆମେ ତଥାପି ମଧ୍ୟ ପାପୀ ଅଟୁ, ଖ୍ରୀଷ୍ଟ ଆମ ପାଇଁ ପ୍ରାଣତ୍ୟାଗ କରିଥିଲେ ।“(ରୋମାନ 5:8) ଯିଶୁ ଖ୍ରୀଷ୍ଟ ଏହି ପୃଥିବୀକୁ ଆସିଥିଲେ କାରଣ ସେ ଆମକୁ ଭଲ ପାଉଥିଲେ । ବାଇବେଲ୍‍ କୁହେ ଯିଶୁଖ୍ରୀଷ୍ଟ ଥିଲେ ରକ୍ତମାଂସରେ ଗଢା ପରମେଶ୍ୱରଙ୍କ ରୂପରେ ପ୍ରକାଶ ହୋଇଥିଲେ । ଭଗବାନ ସାଧାରଣତଃ ମାନବ ରୂପ ଧାରଣ କରିଥାନ୍ତି । ସେ ଏକ ନିଷ୍ପାପ ଜୀବନ ବିତାଇଥିଲେ । ସେ କୌଣସି ପାପ କରିନଥିଲେ, ଏବଂ ନିଶ୍ଚିତ ରୂପ, ସେମାନେ ତାଙ୍କୁ ପିଟିଲେ, ଏବଂ ତାଙ୍କ ଉପରେ ଛେପ ପକାଇଲେ, ଏବଂ ତାଙ୍କୁ କ୍ରୁଶବଦ୍ଧ କଲେ । ବାଇବେଲ୍‍ କୁହେ ଯେ ଯେତେବେଳେ ସେ ସେହି କ୍ରୁଶରେ ଥିଲେ ସେ “ନିଜେ ଆମର ପାପକୁ ତାଙ୍କର ନିଜ ଶରୀରରେ ଗଛରେ ଖାଲି କରିଥିଲେ ।“ (1 ପିଟର 2:24) ତେଣୁ ଆପଣ କେବେ ବି କରିଥିବା ପ୍ରତ୍ୟେକଟି ପାପ, ଏବଂ ମୁଁ କେବେ କରିଥିବା ପ୍ରତ୍ୟେକଟି ପାପ – ଏହା ଯିଶୁଖ୍ରୀଷ୍ଟ କରିଥିବା ପରି ଅଟେ । ସେ ଆମର ପାପ ପାଇଁ ଦଣ୍ଡିତ ହେଲେ। ତାପରେ ସେମାନଙ୍କର ମୃତଦେହକୁ ନେଇଗଲେ ଯେତେବେଳେ ସେ ପ୍ରାଣତ୍ୟାଗ କଲେ, ଏବଂ ତାଙ୍କର ଶରୀରକୁ ସମାଧିସ୍ଥ କଲେ, ଏବଂ ତାଙ୍କର ଆତ୍ମା ତିନ ଦିନ ଏବଂ ତିନି ରାତି ପାଇଁ ନର୍କକୁ ଗଲା (ଆକ୍ଟସ୍‍ 2:31) ।ତିନି ଦିନ ପରେ ସେ ମୃତାବସ୍ଥାରୁ ପୁଣି ଥରେ ଉଠିଲେ । ସେ ତାଙ୍କର ଶିଷ୍ୟମାନଙ୍କୁ ତାଙ୍କ ହାତରେ ଥିବା ଗର୍ତ୍ତଗୁଡିକ ଦେଖାଇଲେ। ବାଇବେଲ୍‍ ବହୁତ ସ୍ପଷ୍ଟ ଯେ ଯିଶୁଖ୍ରୀଷ୍ଟ ସମସ୍ତଙ୍କ ପାଇଁ ପ୍ରାଣତ୍ୟାଗ କରିଥିଲେ । ଏହା କୁହେ ଯେ ଯିଶୁଖ୍ରୀଷ୍ଟ “କେବଳ ଆମର ପାପ ପାଇଁ ମୃତ୍ୟୁବରଣ କରିନଥିଲେ, ବରଂ ସମଗ୍ର ବିଶ୍ୱର ପାପ ପାଇଁ” (1 ଜନ 2:2) । କିନ୍ତୁ ଆମେ ରକ୍ଷା ପାଇବା ପାଇଁ କିଛି ବିଷୟ ରହିଛି । ବାଇବେଲ୍‍ ର ଆକ୍ଟସ୍‍ 16 ରେ ସେହି ପ୍ରଶ୍ନ ରହିଛି, “ରକ୍ଷା ପାଇବା ପାଇଁ ମୁଁ କଣ କରିବା ଉଚିତ?ଏବଂ ସେମାନେ କହିଲେ, “ଭଗବାନ ଯିଶୁଖ୍ରୀଷ୍ଟ ଉପର ବିଶ୍ୱାସ କରନ୍ତୁ, ଏବଂ ରକ୍ଷା ହୋଇଯିବ, ଏବଂ ଘର ମଧ୍ୟ ରକ୍ଷା ପାଇଯିବ ।“ ତାହା ଥିଲା ସବୁକିଛି । ସେ କହି ନଥିଲେ, “ଏକ ଚର୍ଚ୍ଚରେ ଯୋଗ ଦିଅ, ଆପଣ ରକ୍ଷା ପାଇଯିବେ ।ଖ୍ରୀଷ୍ଟଧର୍ମରେ ଦୀକ୍ଷିତ ହୁଅନ୍ତୁ, ଏବଂ ଆପଣ ରକ୍ଷା ପାଇଯିବେ । ଏକ ଉତ୍ତମ ଜୀବନଯାପନ କରନ୍ତୁ, ଏବଂ ଆପଣ ରକ୍ଷା ପାଇଯିବେ । ଆପଣଙ୍କର ସମସ୍ତ ପାପ ପାଇଁ ଅନୁତାପ କରନ୍ତୁ, ଆପଣ ରକ୍ଷା ପାଇଯିବେ, ନା । ସେ କହିଲେ “ବିଶ୍ୱାସ କରନ୍ତୁ” ।

ସମଗ୍ର ବାଇବେଲରେ ଅତି ପ୍ରସିଦ୍ଧ ପଂକ୍ତି, ଯାହାର ରେଫରେନ୍ସ କପ୍‍ ର ତଳେ ଲେଖାଯାଇଛି “ଇନ୍‍ ଏବଂ ଆଉଟ୍‍ ବର୍ଗର୍‍” । ଏହା ବହୁତ ପ୍ରସିଦ୍ଧ ଅଟେ । ଏହା ସମସ୍ତେ ଶୁଣିଛନ୍ତି: ଜନ୍‍ 3: 16 ।“ଭଗବାନ ଦୁନିଆକୁ ଏତେ ଭଲ ପାଉଥିବାରୁ ସେ ତାଙ୍କର ଏକମାତ୍ର ସନ୍ତାନକୁ ଦେଇଦେଲେ ଯେଉଁମାନେ ତାଙ୍କ ଉପରେ ବିଶ୍ୱାସ କଲେ ସେମାନେ ବିନାଶ ହେବା ଉଚିତ ନୁହେଁ କିନ୍ତୁ ତାଙ୍କର ଚିରସ୍ଥାୟୀ ଜୀବନ ରହିବ।“ ଚିରସ୍ଥାୟୀ ଅର୍ଥ ହେଉଛି ଚିରସ୍ଥାୟୀ । ଏହାର ଅର୍ଥ ହେଉଛି ସତତ, ଏବଂ ଯିଶୁଖ୍ରୀଷ୍ଟ କହିଲେ, “ମୁଁ ସେମାନଙ୍କୁ ଚିରସ୍ଥାୟୀ ଜୀବନ ଦେଉଛି, ଏବଂ ସେମାନଙ୍କର କେବେ ବି ମୃତ୍ୟୁ ହେବ ନାହିଁ, ନା କେହି ବ୍ୟକ୍ତି ସେମାନଙ୍କୁ ମୋ ହାତରୁ ଛଡାଇ ନେଇପାରିବେ ନାହିଁ ।“(ଜନ 10:28) ବାଇବେଲ୍‍ ଜନ୍‍ 6:47 ରେ କୁହେ, “ଅତି ଜୋର ଦେଇ ଆପଣଙ୍କୁ କହୁଛି, ଯିଏ ମୋ ଉପରେ ବିଶ୍ୱାସ କଲେ ତାଙ୍କର ଚିରସ୍ଥାୟୀ ଜୀବନ ରହିଛି । ତେଣୁ ଯଦି ଆପଣ ଯିଶୁଖ୍ରୀଷ୍ଟଙ୍କ ଉପରେ ଭରସା କରିବେ, ବାଇବେଲ୍‍ କୁହେ ଯେ ଆପଣଙ୍କର ଚିରସ୍ଥାୟୀ ଜୀବନ ରହିବ । ଆପଣ ଅବିରତ ଜୀବନ ଧାରଣ କରିପାରିବେ । ଆପଣ ଆପଣଙ୍କ ମୋକ୍ଷ ହରାଇବେ ନାହିଁ । ଏହା ଚିରନ୍ତନ, ଏହା ଚିରସ୍ଥାୟୀ । ଏକଦା ଆପଣ ରକ୍ଷା ପାଇଯିବା ପରେ, ଏକଦା ତାଙ୍କ ଉପରେ ବିଶ୍ୱାସ କରିବା ପାରେ, ଆପଣ ଚିରଦିନ ପାଇଁ ରକ୍ଷା ପାଇଯିବେ, ଏବଂ ତାହା ଯାହା ହେଉନା କାହିଁକି, ଆପଣ କଦାପି ଆପଣଙ୍କ ମୋକ୍ଷ ହରାଇବେ ନାହିଁ ।

ଯଦି ଆମକୁ ବାହାରକୁ ଯିବାର ଅଛି ଏବଂ କିଛି ଜଘନ୍ୟ ପାପ କରିବାକୁ ଥାଏ, ତେବେ ଭଗବାନ ମତେ ଏଥିପାଇଁ ଏହି ପୃଥିବୀରେ ଦଣ୍ଡିତ କରିବେ । ଯଦି ମୁଁ ବାହାରକୁ ଯିବା ସହିତ କେହଜଣକୁ ଆଜି ହତ୍ୟା କଲି, ଭଗବାନ ଏହା ନିଶ୍ଚିତ କରିବେ ଯେ ମୁଁ ଯେପରି ଦଣ୍ଡିତ ହୁଏ, ମତେ କାରାବାସ କିମ୍ବା ଅଧିକ ଖରାପ, କିମ୍ବା ମୃତ୍ୟୁ ଦଣ୍ଡ ମିଳୁ । ଯାହା ହେଲେ ବି, ଏହି ଜଗତ ମତେ ଦଣ୍ଡ ଦିଏ, ଏବଂ ମୁଁ ଯେପରି ଆହ୍ରୁରି ଦଣ୍ଡ ପାଏ ତାହା ଭଗବାନ ନିଶ୍ଚିତ କରିବେ, କିନ୍ତୁ ମୁଁ ନର୍କକୁ ଯାଏ ନାହିଁ । ମୁଁ ନର୍କକୁ ଯିବା ପାଇଁ ମୁଁ କିଛି କରିପାରିବା ପାଇଁ କିଛି ନାହିଁ କାରଣ ମୁଁ ରକ୍ଷା ପାଇଯାଇଥାଏ, ଏବଂ ଯଦି ମୁଁ ନର୍କକୁ ଗଲି, ତେବେ ଭଗବାନ ମିଛ କହିଲେ ।କାରଣ ଯିଏ ବିଶ୍ୱାସ କରେ ତାଙ୍କର ଚିରସ୍ଥାୟୀ ଜୀବନ ରହିଛି, ଏବଂ ସେ କହିଲେ, “ଯିଏ ବଞ୍ଛେ ଓ ମୋ ଉପରେ ବିଶ୍ୱାସ କରେ ସେ କଦାପି ମରିବ ନାହିଁ ।“ସେହି କରଣରୁ ବାସ୍ତବରେ ବହୁତ ଖରାପ କାର୍ଯ୍ୟ କରିଥିବା କିଛି ଲୋକଙ୍କ ଉଦାହରଣ ବାଇବେଲରେ ରହିଛି, ଯେଉଁମାନେ କି ଅତି ଖରାପ କାର୍ଯ୍ୟ କରିବା ପରେ ମଧ୍ୟ ସ୍ୱର୍ଗକୁ ଯାଇଛନ୍ତି । କିପରି? କାରଣ ସେମାନେ ଅତି ଭଲ? ନା, ଏହା ସେହି କାରଣରୁ ସେମାନେ ଭଗବାନ ଯିଶୁଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ ରଖିଥିଲେ । ସେମାନଙ୍କର ପାପକୁ କ୍ଷମା କରିଦିଆଯାଇଛି ।ଅନ୍ୟ ଲୋକମାନେ ଯେଉଁମାନେ ଜଗତର ନେତ୍ରରେ ଅଧିକ ଭଲ ଜୀବନ ଧାରଣ କରୁଛନ୍ତି, କିମ୍ବା ସେମାନେ ବାସ୍ତବରେ ଏକ ଉତ୍ତମ ଜୀବନ ଯାପନ କରୁଛନ୍ତି, ଯଦି ସେମାନେ ଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ ନକରନ୍ତି, ତେବେ ସେମାନେ ନର୍କକୁ ଯିବା ସହିତ ସେମାନଙ୍କର ପାପ ପାଇଁ ଦଣ୍ଡିତ ହେବେ ।

ବର୍ତ୍ତମାନ ମୁଁ ଏହି ଗୋଟିଏ ଚିନ୍ତାଧାରା ଉପରେ ସିଦ୍ଧାନ୍ତରେ ଉପନୀତ ହେଉଛି: ଗୋଟିଏ ବିଷୟ ହେଉଛି ଯେ ମୁଁ ଆଜି ନିଶ୍ଚିତ ହେବାକୁ ଚାହେଁ ଏବଂ ସମ୍ମୁଖକୁ ଆଣିବାକୁ ଚାହୁଁଛି ଯେ ଜଣେ ଶିଷ୍ୟଙ୍କ ଦ୍ୱାରା ଏକ ପ୍ରଶ୍ନ ଯିଶୁଖ୍ରୀଷ୍ଟଙ୍କୁ ପଚରା ଯାଇଥିଲା, ଏବଂ ସେହି ପ୍ରଶ୍ନଟି ଏପରି ଥିଲା: କିଛି ରକ୍ଷା ପାଇପାରିବେ କି? ତାହା ଏକ ଉତ୍ତମ ପ୍ରଶ୍ନ,ଠିକ୍‍? ଅଧିକାଂଶ ଲୋକ ରକ୍ଷା ପାଇଲେ? କିମ୍ବା କିଛି ଲୋକ ରକ୍ଷା ପାଇଛନ୍ତି? ଯେଉଁମାନେ ଏଠାରେ ଭାବୁଛନ୍ତି ଅଧିକାଂଶ ଲୋକ ସ୍ୱର୍ଗକୁ ଯାଉଛନ୍ତି – ଅଧିକାଂଶ ଲୋକ ସ୍ୱର୍ଗକୁ ଯାଆନ୍ତି? ଅନୁମାନ କରନ୍ତୁ, ଉତ୍ତର କଣ ଥିଲା: ସେ କହିଲେ, ମାଥ୍ୟୁ 7 ରେ, “ସିଧା ଗେଟ୍‍ ରେ ପ୍ରବେଶ କରନ୍ତି କାରଣ ଗେଟ୍‍ ଯେତେ ପ୍ରଶସ୍ଥ ହେଲେ ମଧ୍ୟ ଧ୍ୱସଂପ୍ରାପ୍ତିକୁ ରାସ୍ତା ତାଠାରୁ ଅଧିକ ପ୍ରଶସ୍ତ ଅଟେ, କିଛି ଲୋକ ତାହା ପାଇଥାନ୍ତି ।“ (ମାଥ୍ୟୁ 7:13-14) ତାପରେ ସେ ପୁଣି କହିଲେ: “ସମସ୍ତେ ମୋ, ପରମେଶ୍ୱର, ପରମେଶ୍ୱର, ସ୍ୱର୍ଗ ରାଜ୍ୟକୁ ପ୍ରବେଶ କରିପାରନ୍ତି ନାହିଁ, କିନ୍ତୁ ଯିଏ ଆସନ୍ତି ମୋର ପିତାଙ୍କ ଇଚ୍ଛାରେ ଯିଏ ସ୍ୱର୍ଗରେ ରୁହନ୍ତି । ଅନେକ ସେହି ଦିନ ମତେ କହିବେ, ପରମେଶ୍ୱର, ପରମେଶ୍ୱର, ଆମେ କଣ ସେହି ନାମରେ ଡାକୁ ନଥିଲୁ, ଏବଂ ସେହି ନାମରେ ଡେଭିଲ୍‍କୁ ଫୋପାଡୁ ନଥିଲୁ, କଣ ସେହି ନାମରେ ଆମେ ଅନେକ ଆଶ୍ଚର୍ଯ୍ଯଜନକ କାର୍ଯ୍ୟ କରିନାହୁଁ? ଏବଂ ତାପରେ ମୁଁ ସେମାନଙ୍କୁ ଧମୋପଦେଶ ଦେବି, ମୁଁ ତୁମକୁ କଦାପି ଜାଣିନାହିଁ, ମୋ ଠାରୁ ଦୂରେଇ ଯାଅ ।“ (ମାଥ୍ୟୁ 7:21-23)

ସର୍ବପ୍ରଥମେ,ବିଶ୍ୱର ସଂଖ୍ୟାଗରିଷ୍ଠ ଲୋକ ଯିଶୁଖ୍ରୀଷ୍ଠଙ୍କ ଠାରେ ବିଶ୍ୱାସ ରଖନ୍ତି ବୋଲି ଦାବି କରନ୍ତି ନାହିଁ । ଭାଗ୍ୟବଶତଃ, ଏହି ଶ୍ରେଶୀର ସଂଖ୍ୟାଗରିଷ୍ଟ ଲୋକେ ଯିଶୁଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ ରଖନ୍ତି, କିନ୍ତୁ ବିଶ୍ୱର ସଂଖ୍ୟାଧିକ ଲୋକ ଯିଶୁଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ ରଖୁଥିବା ଦାବି କରନ୍ତି ନାହିଁ । କିନ୍ତୁ ଭଗବାନ ସତର୍କ କରାଇ ଦେଇଛନ୍ତି ଯେ ଯେଉଁମାନେ ଯିଶୁଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ ରଖନ୍ତି ବୋଲି ଦାବି କରନ୍ତି, ଯେଉଁମାନେ ତାଙ୍କୁ ଭଗବାନ ବୋଲି କୁହନ୍ତି ସେମାନଙ୍କ ମଧ୍ୟରୁ, ଅନେକ ତାଙ୍କୁ କହିବେ, “ଆମେ ଏହିସବୁ ଆଶର୍ଯ୍ୟଜନକ କାର୍ଯ୍ୟ କରିଛୁ! ଆମେ କାହିଁକି ରକ୍ଷା ପାଇବୁ ନାହିଁ! ସେ କହିବେ, “ମୋ ଠାରୁ ଦୂରେଇ ଯାଅ, ମୁଁ ତୁମକୁ କଦାପି ଜାଣିନାହିଁ ।“ କାରଣ ସେଥିପାଇଁ କି ମୋକ୍ଷ କେବଳ କାର୍ଯ୍ୟ ଯୋଗୁଁ ନୁହେଁ, ଏବଂ ଯଦି ଆପଣ ନିଜକୁ ରକ୍ଷା କରିବା ପାଇଁ ନିଜ କାର୍ଯ୍ୟ ଉପରେ ଭରସା ରଖୁଛନ୍ତି, ଯଦି ଆପଣ ଭାବୁଛନ୍ତି ଆପଣ ସ୍ୱର୍ଗକୁ ଯାଉଛନ୍ତି କାରଣ ଆପଣଖ୍ରୀଷ୍ଟଧର୍ମରେ ଦୀକ୍ଷିତ ହୋଇଛନ୍ତି, ଯଦି ଆପଣ ଭାବୁଛନ୍ତି, “ଉତ୍ତମ, ମୁଁ ଭାବୁଛି ତୁମେ ଏକ ଉତ୍ତମ ଜୀବନଯାପନ କରିବାର ଅଛି, ମୁଁ ଭାବୁଛି ରକ୍ଷା ପାଇବା ପାଇଁ ଆପଣଙ୍କୁ ନିର୍ଦ୍ଦେଶଗୁଡିକ ମାନି ଚଳିବାକୁ ହେବ, ମୁଁ ଭାବୁଛି ତୁମକୁ ଚର୍ଚ୍ଚକୁ ଯିବାକୁ ପଡିବ, ମୁଁ ଭାବୁଛି ଆପଣ ଆପଣଙ୍କ ପାପ ଠାରୁ ଦୂରେଇ ଯିବେ...” ଯଦି ଆପଣ ନିଜ କାମ ଉପରେ ବିଶ୍ୱାସ ରଖୁଛନ୍ତି, ଯିଶୁଖ୍ରୀଷ୍ଟ ଆପଣକୁ ଦିନେ କହିବେ, “ମୋ ଠାରୁ ଦୂରେଇ ଯାଅ, ମୁଁ ତୁମକୁ କଦାପି ଜାଣିନାହିଁ ।“

ସେ ଯାହା କରିଛନ୍ତି ତାହା ଉପରେ ଆପଣ ପୂର୍ଣ୍ଣ ବିଶ୍ୱାସ ରଖିବା ଆବଶ୍ୟକ । ଯେତେବେଳେ ଯିଶୁଖ୍ରୀଷ୍ଟ ପ୍ରାଣତ୍ୟାଗ କଲେ କ୍ରୁଶରେ ଥିବା ସମୟରେ ସେ ଯାହା କରିଛନ୍ତି ଆପଣ ତାହା ଉପରେ ବିଶ୍ୱାସ ରଖିବା ଆବଶ୍ୟକ, ତାଙ୍କୁ ପୋତାଗଲା, ଏବଂ ସେ ପୁଣି ଜିଇଁ ଉଠିଲେ । ତାହା ହେଉଛି ସ୍ୱର୍ଗକୁ ଆପଣଙ୍କ ଟିକେଟ୍‍ । ଯଦି ଆପଣ ଅନ୍ୟ ବିଷୟଗୁଡିକ ଉପରେ ବିଶ୍ୱାସ ରଖୁଛନ୍ତି, ଆପଣ କହୁଛନ୍ତି, “ଉତ୍ତମ, ମୁଁ ଏହିଭଳି ଉତ୍ତମ ଖ୍ରିଷ୍ଟିୟାନ, ମୁଁ ସମସ୍ତ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛି ।“ ସେ କହିବେ, “ମୋ ଠାରୁ ଦୂରେଇ ଯାଅ ।“ ସେ ଯାହା କହିଲେ ତାହା ଉପରେ ଧ୍ୟାନ ରଖନ୍ତୁ, “ମୋ ଠାରୁ ଦୂରେଇ ଯାଅ, ମୁଁ ତୁମକୁ କଦାପି ଜାଣିନାହିଁ ।“ ସେ କହିଲେ ନାହିଁ ଯେ, “ମୁଁ ତୁମକୁ ଜାଣେ ।“ ଏକଦା ସେ ତୁମକୁ ଜାଣିବା ପରେ... ମନେରଖନ୍ତୁ ମୁଁ ଏହା ପୂର୍ବରୁ ଉଲ୍ଲେଖ କରିଛି: ଏହା ଚିରସ୍ଥାୟୀ, ଏହା ଚିରନ୍ତନ । ଏକଦା ସେ ତୁମକୁ ଜାଣିବା ପରେ, ଆପଣ ସବୁଦିନ ପାଇଁ ରକ୍ଷା ପାଇଯିବେ । ସେ କହିବେ, “ମୋ ଠାରୁ ଦୂରେଇ ଯାଅ, ମୁଁ ତୁମକୁ କଦାପି ଜାଣିନାହିଁ,” କାରଣ ଯଦି ତୁମେ ନର୍କକୁ ଯାଅ, କାରଣ ସେ ତୁମକୁ କଦାପି ଜାଣିନାହାଁନ୍ତି । କାରଣ ସେ ଥରେ ତୁମକୁ ଜାଣିବା ପରେ, ସେ ତୁମକୁ ଜାଣିଛନ୍ତି । ଯେପରି ମୋର ପିଲା ସବୁବେଳେ ମୋର ପିଲା ହୋଇ ରହିବେ । ଯେତେବେଳେ ଆପଣ ପୁଣି ଜନ୍ମ ହେବେ, ଯେତେବେଳେ ଆପଣ ତାଙ୍କ ସନ୍ତାନ ହେବେ, ତୁମେ ସବୁବେଳେ ତାଙ୍କ ସନ୍ତାନ ହେବ । ଆପଣ ହୁଏତ ପରିବାରର କଳା ମେଣ୍ଢା ହୋଇପାର । ଆପଣ ହୁଏତ କେହିଜଣେ ହୋଇପାରନ୍ତି ଯିଏକି ପରମେଶ୍ୱରଙ୍କ ଦ୍ୱାରା ପୃଥିବୀରେ ବ୍ୟାପକ ଭାବେ ଶୃଙ୍ଖଳିତ ହୋଇଥାନ୍ତି । ଆପଣ ଏଠାରୁ ଆପଣଙ୍କ ଜୀବନକୁ ଉର୍ଦ୍ଧ୍ୱକୁ ନେଇପାରନ୍ତି, କିନ୍ତୁ ଆପଣ ମୋକ୍ଷକୁ ଉର୍ଦ୍ଧ୍ୱକୁ ନେଇପାରିବେ ନାହିଁ । ଏକଦା ଆପଣ ରକ୍ଷା ପାଇଯିବା ପରେ, ତାପରେ ଏହି ଡିଲ୍‍ ଶେଷ ହୋଇଥାଏ । ତାହା ହେଉଛି ମୁଖ୍ୟ ବିଷୟ ଯାହା ମୁଁ ଆପଣଙ୍କୁ ଶେଷ ସମୟ ସମ୍ବନ୍ଧରେ ଉପସ୍ଥାପନ କରିବାକୁ ଚାହୁଁଥିଲି, ମୋକ୍ଷ କିମ୍ବା ଶେଷ ସମୟ ସମ୍ବନ୍ଧରେ ପ୍ରଶ୍ନ ପାଇଁ ଆମ ନିକଟରେ ମାତ୍ର କିଛି ମିନିଟ୍‍ ବାକି ଅଛି ।

ସ୍ୱୀକାର କରନ୍ତୁ ଆପଣ ଜଣେ ପାପୀ ମଣିଷ

ଉକ୍ତ ପାପ୍ତ ପାଇଁ ଦଣ୍ଡ ଉପଲବ୍ଧି କରନ୍ତୁ

ବିଶ୍ୱାସ କରନ୍ତୁ ଯେ ଯିଶୁଖ୍ରୀଷ୍ଟ ଆପଣଙ୍କ ପାଇଁ ପ୍ରାଣତ୍ୟାଗ କଲେ, ପୋତା ହେଲେ, ଏବଂ ପୁଣି ଜିଇଁ ଉଠିଲେ ।

ଆପଣଙ୍କ ରକ୍ଷାକର୍ତ୍ତା ଭାବେ କେବଳ ଯିଶୁଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ ରଖନ୍ତୁ ।

ପ୍ରୀୟ ଯିଶୁ, ମୁଁ ଜାଣେ ଯେ ମୁଁ ଜଣେ ପାପୀ । ମୁଁ ଜାଣେ ଯେ ମୁଁ ନର୍କକୁ ଯିବା ପାଇଁ ଯୋଗ୍ୟ, କିନ୍ତୁ ମୁଁ ବିଶ୍ୱାସ କରୁଛି ଆପଣ ମୋ ପାଇଁ କ୍ରୁଶରେ ପ୍ରାଣତ୍ୟାଗ କଲେ ଏବଂ ପୁନର୍ବାର ଜିଇଁ ଉଠିଲେ । ବର୍ତ୍ତମାନ ମତେ ରକ୍ଷା କରନ୍ତୁ, ଏବଂ ମତେ ଚିରନ୍ତନ ଜୀବନ ପ୍ରଦାନ କରନ୍ତୁ । ମୁଁ କେବଳ ଆପଣଙ୍କୁ, ଯିଶୁ ବିଶ୍ୱାସ କରେ । ଆମେନ୍‍

 

 

 

mouseover