ଜିୟୋନ୍‍ ଆଡକୁ ଅଗ୍ରସର - "Marching to Zion" trailer in Odiya

Video

April 25, 2015

4000 ରୁ ଉର୍ଦ୍ଧ୍ୱ ବର୍ଷ ପୂର୍ବେ, ଭଗବାନ ମେସୋପଟାମିଆରେ ଆବ୍ରାହାମଙ୍କ ନିକଟରେ ଉଭା ହେଲେ ଏବଂ ତାଙ୍କୁ କହିଲେ, “ଏହି ଦେଶ, ରାଜ୍ୟ ଏବଂ ପିତାଙ୍କ ଘରୁ ବାହାରି ଯାଅ, ସେହି ରାଜ୍ୟକୁ ଚାଲିଯାଅ ଯାହା ମୁଁ ତୁମକୁ ଦେଖାଇବି । ମୁଁ ତାକୁ ଏକ ମହାନ ଦେଶ ରୂପେ ଗଢି ତୋଳିବି ।“ ଆବ୍ରାହାମ୍‍ ଭଗବାନଙ୍କ କଥା ମାନିଲେ ଏବଂ ସେହି ଇପ୍ସିତ ସ୍ଥାନ କାନନକୁ ଆସିଲେ ଯେଉଁଠାରେ ସେ ତାଙ୍କ ପୁଅ ଇସାକ୍‍ ଏବଂ ନାତି ଜାକବ୍‍‍ଙ୍କ ସହ ଜୀବନଜାପନ କଲେ, ଯିଏ ପରେ “ଇସ୍ରାଏଲ” ଭାବେ ପୁନଃନାମିତ ହେଲେ ।

ଇସ୍ରାଏଲ୍‍ ଏବଂ ତାଙ୍କର 12 ଜଣ ପୁଅ ଇଜିପ୍ଟକୁ ଚାଲିଗଲେ କାରଣ କାନନ ଦେଶରେ ଏକ ଦୁର୍ଭିକ୍ଷ ପଡିଲା, ସେଠାରେ ସେମାନେ ବହୁଗୁଣିତ ହୋଇ ଏକ ଶକ୍ତିଶାଳୀ ଜାତିରେ ପରିଣତ ହେଲେ । ଇଜିପ୍ଟିଆନ୍‍ ମାନେ ଶକ୍ତିଶାଳୀ ରାଷ୍ଟ୍ର ଇସ୍ରାଏଲ୍‍ ଦ୍ୱାରା ଭୟଭିତ ହେଉଥିବା ଅନୁଭବ କଲେ, ତେଣୁ ସେମାନେ ସେମାନଙ୍କୁ କ୍ରୀତଦାସ ଭାବେ ନିୟୋଜିତ କଲେ ଏବଂ କଠୋର ଅତ୍ୟାଚାର ସହିତ ସେମାନଙ୍କର ଜୀବନକୁ ଯନ୍ତ୍ରଣାଦାୟକ କଲେ । ଇଜିପ୍ଟରେ 430 ବର୍ଷ ପରେ, ସେମାନେ ମୋଜେସ୍‍ଙ୍କ ଦ୍ୱାରା ଅଧୀନତାରୁ ମୁକ୍ତ ହେଲେ, ତାପରେ ଲୋହିତ ସାଗର ପାର ହୋଇ ଆରବିଆକୁ ଚାଲିଗଲେ, ଯେଉଁଠାରେ ସେମାନେ ପର୍ବତ ସିନାଇରେ ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ କଲେ ।

ଇସ୍ରାଏଲର ଅଧିବାସୀମାନେ ଯିଏ ମୋଜେସଙ୍କ ସହିତ ଇଜିପ୍ଟ ଛାଡିଲେ, ସେମାନେ ଇପ୍ସିତ ସ୍ଥାନକୁ ପ୍ରବେଶ କରିବା ପାଇଁ ଅନୁମତି ପାଇଲେ ନାହିଁ କାରଣ ଭଗବାନଙ୍କ ନିକଟରେ ତାଙ୍କର ଆସ୍ଥା ନଥିଲା । ସେମାନେ ଏକ ନୂତନ ପିଢି ସୃଷ୍ଟି ହେବା ପର୍ଯ୍ୟନ୍ତ 40 ବର୍ଷ ଧରି ଏଣେତେଣେ ଘୂରି ବୁଲିବାକୁ ବାଧ୍ୟ ହେଲେ, ସେହି ପିଢି ଭଗବାନଙ୍କ ଉପରେ ଆସ୍ଥା ରଖିଲା ଏବଂ ଜୋସୁଆଙ୍କ ସହିତ ସେମାନେ ଇପ୍ସିତ ସ୍ଥାନରେ ପ୍ରବେଶ କଲେ ।

ପ୍ରାୟ 400 ବର୍ଷ ଧରି, ଇସ୍ରାଏଲର 12 ଟି ଜାତି ମୋଜେସଙ୍କ ଆଇନ ଅନୁଯାୟୀ ବିଚାରପତିମାନଙ୍କ ଦ୍ୱାରା ଶାସିତ ହେଲେ । ଅନ୍ୟ ସମସ୍ତ ଦେଶ ଭଳି ସେମାନଙ୍କର ଜଣେ ରାଜା ହୁଅନ୍ତୁ ବୋଲି ଯେତେବେଳେ ସେମାନେ ଇଚ୍ଛାବ୍ୟକ୍ତ କଲେ, ସେମାନେ ସାଉଲଙ୍କୁ ରାଜା କଲେ, ଯିଏକି 40 ବର୍ଷ ଧରି ଶାସନ କଲେ, ତାପରେ ରାଜା ଡେଭିଡ୍‍ 40 ବର୍ଷ ଶାସନ କଲେ, ଏବଂ ଡେଭିଡଙ୍କ ପୁତ୍ର ସୋଲମନ୍‍ 40 ବର୍ଷ ଶାସନ କଲେ । ସୋଲମନଙ୍କ ଶାସନ କାଳରେ, ଇସ୍ରାଏଲ୍‍ ରାଜ୍ୟ ଏହାର ସର୍ବୋଚ୍ଚ ସୁନାମ ଅର୍ଜନ କରିଥିଲା, ଏବଂ ପ୍ରଥମ ମନ୍ଦିର ନିର୍ମାଣ କରାଯାଇଥିଲା, କିନ୍ତୁ ସୋଲମନ ବୃଦ୍ଧାବସ୍ଥାରେ ଭଗବାନଙ୍କ ଉପରେ ତାଙ୍କର ଆସ୍ଥା ରଖିଲେ ନାହିଁ, କାରଣ ଭଗବାନ ତାଙ୍କୁ କହିଲେ ଯେ 10 ଟି ଜାତି ତାଙ୍କ ପୁଅଙ୍କ ଦ୍ୱାରା ଶାସିତ ହେବ ନାହିଁ ।

ସୋଲମନଙ୍କ ମୃତ୍ୟୁ ପରେ ଇସ୍ରାଏଲ ରାଜ୍ୟ ବିଭାଜିତ ହେଲା, ଏବଂ ଉତ୍ତର 10 ଟି ଜାତି ଦୁଷ୍ଟ ରାଜାମାନଙ୍କର ଏକ ସିରଜ୍‍ ଦ୍ୱାରା ଶାସିତ ହେଲା, ଯେଉଁମାନେ ଡେଭିଡ୍‍ ଏବଂ ସୋଲମନଙ୍କ ବଂଶଧର ନଥିଲେ । ଏହି ଉତ୍ତର ରାଜ୍ୟ ଇସ୍ରାଏଲ ନାମ ବଜାୟ ରଖିଲା ଏବଂ ପରିଶେଷରେ ସମାରିଆ ଏହାର ରାଜଧାନୀ ନଗରୀ ହେଲା । କ୍ଷୁଦ୍ରତର ଦକ୍ଷିଣ ରାଜ୍ୟ ଜୁଦାହ ଭାବେ ନାମିତ ହେଲା, ଜେରୁଜେଲମ୍‍ ଏହାର ରାଜଧାନୀ ହେଲା, ଏବଂ ଡେଭିଡଙ୍କ ବଂଶଧରଙ୍କ ଦ୍ୱାରା ଶାସିତ ହେଲା । ଦ୍ୱିତୀୟ ରାଜାଙ୍କ ଠାରୁ ଆରମ୍ଭ କରି 16ତମ ରାଜାଙ୍କ ଯାଏଁ, ଦକ୍ଷିଣ ରାଜ୍ୟର ଲୋକେ ଜୁଦାହ ରାଜ୍ୟ ନାମ ଅନୁସାରେ “ଇହୁଦୀ” ଭାବେ ପରିଚିତ ହେଲେ ।

ଦକ୍ଷିଣ ରାଜ୍ୟ ଇସ୍ରାଏଲର ଦୁଷ୍ଟତା ଯୋଗୁଁ ସେମାନେ ଆଜିରିୟାନ୍ସଙ୍କ ଦ୍ୱାରା ବିତାଡିତ ହେବା ସହିତ ପଣବନ୍ଦୀ ହେଲେ । ଇସ୍ରାଏଲର ଯେଉଁ ଅଧିବାସୀମାନେ ରହିଲେ, ଦେଶକୁ ଅନୁପ୍ରବେଶ କରି ଅଧିକାର କରିଥିବା ଅଧର୍ମୀ ଜାତିଗୁଡିକ ସହିତ ସେମାନେ ମିଶିଗଲେ । ଏହି ଲୋକମାନେ ସମାରିଟାନ୍‍ ଭାବେ ପରିଚିତ ହେଲେ, ଏବଂ ଉତ୍ତର ଇସ୍ରାଏଲର 10 ଟି ଜାତି କଦାପି ଏକ ଦେଶରେ ପରିଣତ ହେଲେ ନାହିଁ ।

ଅନ୍ୟ ଭଗବାନକୁ ପୁଜା କରିବାର ଦଣ୍ଡ ସୂରପ ପରିଶେଷରେ ଦକ୍ଷିଣ ରାଜ୍ୟ ଜୁଦାହ ବେବିଲୋନ୍‍ ରେ ଆବଦ୍ଧ ହୋଇ ରହିଲା, ଏବଂ ମନ୍ଦିର ଧ୍ୱଂସ ହେଲା, କିନ୍ତୁ 70 ବର୍ଷ ପରେ, ଇହୁଦୀମାନେ ଜୁଦାହକୁ ଫେରିଲେ, ଜେରୁଜେଲମରେ ମନ୍ଦିର ପୁନଃନିର୍ମାଣ କଲେ, ଏବଂ ଡେଭିଡଙ୍କ ବଂଶଧର ରାଜାମାନଙ୍କ ଦ୍ୱାରା ଶାସିତ ହେଲେ ।

ଖ୍ରୀଷ୍ଟଙ୍କ ସମ‍ୟରେ, ଜୁଦାହ ରାଷ୍ଟ୍ର ଜୁଦାଇ ଭାବେ ପରିଚିତ ହେଲା ଏବଂ ରୋମାନ୍‍ ଶାସନ ଅଧୀନରେ ରହିଲା । ଯିଶୁ ଖ୍ରୀଷ୍ଟ ଏବଂ ତାଙ୍କର ଶିଷ୍ୟମାନେ ଇସ୍ରାଏଲରେ ହଜିଥିବା ମେଣ୍ଢାକୁ ଖୋଜିଖୋଜି ସମଗ୍ର ଜୁଦାଇରେ ଗସପେଲ୍‍ ଶିକ୍ଷା ଦେଲେ । ସାଢେ ତିନି ବର୍ଷର ସେବାମୂଳକ କାର୍ଯ୍ୟ ପରେ, ଇହୁଦୀମାନେ ଯିଶୁଙ୍କ ସେମାନଙ୍କର ମେସିହା ଭାବେ ପ୍ରତ୍ୟାଖ୍ୟାନ କଲେ ଏବଂ ରୋମାନ ସରକାରଙ୍କୁ ଯିଶୁଙ୍କୁ କ୍ରୁଶବଦ୍ଧ କରିବା ପାଇଁ ହୃଦବୋଧ କରାଇଲେ । ତିନି ଦିନ ପରେ ସେ ପୁଣି ଜିଇଁ ଉଠିଲେ ଏବଂ ସ୍ୱର୍ଗରେ ଥିବା ତାଙ୍କ ପିତାଙ୍କ ଡାହାଣ ହାତ ପର୍ଯ୍ୟନ୍ତ ଆରୋହଣ କରିବା ପୂର୍ବରୁ ତାଙ୍କ ଶିଷ୍ୟମାନଙ୍କୁ ଜୀବନ୍ତ ଦେଖାଦେଲେ ।

ଯିଶୁଖ୍ରୀଷ୍ଟ କ୍ରୁଶବଦ୍ଧ ହେବାର ଅଳ୍ପ ସମୟ ପୂର୍ବରୁ, ସେ ଭବିଷ୍ୟତ ବାଣୀ କରିଥିଲେ ଯେ ତାଙ୍କୁ ପ୍ରତ୍ୟାଖ୍ୟାନ କରିବାର ଦଣ୍ଡସ୍ୱରୂପ, ଜେରୁଜେଲମ ପୋଡିଯିବ, ମନ୍ଦିର ଧ୍ୱଂସ ହେବ, ଏବଂ ଇହୁଦୀମାନେ ସବୁ ଦେଶରେ ବନ୍ଦୀ ଜୀବନଯାପନ କରିବେ । ଏହି ଭବିଷ୍ୟତବାଣୀ ଖ୍ରୀଷ୍ଟାବ୍ଦ 70 ରେ ପୂରଣ ହୋଇଥିଲା ଯେତେବେଳେ ରୋମୀୟ ସମ୍ରାଟ ଟାଇଟସ୍‍ ଜେରୁଜେଲମ୍‍କୁ ଅଧିକାର କଲେ । 1800 ରୁ ଉର୍ଦ୍ଧ୍ୱ ବର୍ଷ ଧରି , ଇହୁଦୀମାନେ ସମସ୍ତ ଦେଶଗୁଡିକରେ ବିଚ୍ଛିନ୍ନ ହୋଇ ରହିଲେ ।

ତାପରେ 1948ରେ, ଅସମ୍ଭବ ଘଟଣା ଘଟିଲା । ଇସ୍ରାଏଲ ରାଜ୍ୟ ପ୍ରତିଷ୍ଠିତ ହେଲା, ଏବଂ ଇହୁଦୀମାନେ ପୁଣି ଥରେ ଇପ୍ସିତ ସ୍ଥାନ ଅଧିକାର କଲେ । ଅନେକ ଖ୍ରୀଷ୍ଟିୟାନମାନେ ଏହାକୁ ଏକ ରହସ୍ୟଜନକ ଘଟଣା ଏବଂ ଭଗବାନଙ୍କ ଆଶୀର୍ବାଦ ବୋଲି ଦାବି କଲେ, କିନ୍ତୁ ବାସ୍ତବରେ ଏହା କଣ ଭଗବାନଙ୍କ ଆଶୀର୍ବାଦ ଥିଲା, କିମ୍ବା ଅଦୃଶ୍ୟ ଶକ୍ତିର କାର୍ଯ୍ୟ ଥିଲା । ଏହି ଚଳଚ୍ଚିତ୍ରରେ ଏହାର ଉତ୍ତର ରହିଛି ।

 

 

 

mouseover