Dr. Zakir Naik is a Liar! (Odiya Subtitles)

Video

September 18, 2015

ଡ. ଜାକିର ହୁସେନ ନାମକ ଜଣେ ବ୍ୟକ୍ତି ଅଛନ୍ତି, ଏବଂ ସେ ଇସ୍‍ଲାମ ଧର୍ମର ଜଣେ ପ୍ରଖ୍ୟାତ ପକ୍ଷ ସମର୍ଥକ

ଅଟନ୍ତି । ମୁଁ ଡ. ନାୟକଙ୍କ ଚ୍ୟାନେଲ୍‍କୁ ଗଲି, ଏବଂ ମୁଁ ତାଙ୍କର ଏକ ସର୍ବାଧିକ ଲୋକପ୍ରିୟ ଭିଡିଓ

ଉପରେ କ୍ଲିକ୍‍ କଲି, ଯାହାକି ଜଣେ ଯୁବକଙ୍କ ଉପରେ ପର୍ଯ୍ୟବେଷିତ ଥିଲା ଯିଏ କି କୋରାନରେ ଥିବା ଏକ ବିରୋଧୋକ୍ତି ସମ୍ପର୍କରେ ପ୍ରଶ୍ନ ପଚାରୁଥିଲେ

ଏହା ଏକ ବିରୋଧୋକ୍ତି ଥିଲା ଯାହା ମୁଁ କୋରାନ ପଢିବା ସମୟରେ ମଧ୍ୟ ଦେଖିଥିଲି ।

ମୁଁ ବର୍ତ୍ତମାନ ତୁମକୁ କୋରାନରେ ଥିବା କିଛି ପଂକ୍ତି ପଢି ଶୁଣାଉଛି । ସୁରା , ପଂକ୍ତି ରେ, କୋରାନ୍‍ କହେ,

"ଯେଉଁମାନେ ବିଶ୍ୱାସ କରିଛନ୍ତି ଏବଂ ଇହୁଦୀ ଅଟନ୍ତି ତଥା ଖ୍ରୀଷ୍ଟିୟାନ ଓ ସାବି (ସେମାନଙ୍କ ମଧ୍ୟରୁ) ଯେ (ଦଳ) ଆଲ୍ଲାଃଙ୍କ ଠାରେ ଏବଂ ଅନ୍ତିମ ଦିବସ ଉପରେ (ସମ୍ପୂର୍ଣ୍ଣ)

ବିଶ୍ୱାସ କରିଛନ୍ତି ଏବଂ ସତ୍‍କର୍ମ କରିଛନ୍ତି ନିଶ୍ଚିତ ରୂପେ ସେମାନଙ୍କ ପାଇଁ ସେମାନଙ୍କର ପାଳନକର୍ତ୍ତାଙ୍କ ନିକଟରେ ସେମାନଙ୍କର (ଉପଯୁକ୍ତ) ପ୍ରତିଫଳ ଅଛି;

ସେମାନଙ୍କର (ଭବିଷ୍ୟତ ପାଇଁ) କୌଣସି ପ୍ରକାର ଭୟ ରହିବ ନାହିଁ କି ସେମାନେ (ଅତୀତ ତ୍ରୁଟି ପାଇଁ) ଦୁଃଖିତ ହେବେ ନାହିଁ ।"

ତେଣୁ ସେ କହୁଛନ୍ତି, "ହେ, ଯଦି ତୁମେ ଜଣେ ଖ୍ରୀଷ୍ଟିୟାନ,ଜଣେ ଇହୁଦୀ, ଜଣେ ସେବିୟ ଅଟନ୍ତି - ଯେପର୍ଯ୍ୟନ୍ତ ଆପଣ ଭଗବାନଙ୍କ

ଉପରେ ବିଶ୍ୱାସ ରଖନ୍ତି, ଉତ୍ତମ କାମ କରନ୍ତି, ଆପଣ ସିଦ୍ଧାନ୍ତ ଦିବସ ସମ୍ପର୍କରେ ଭୟ କରିବାର କିଛି ନାହିଁ," କିନ୍ତୁ ତାପରେ, ସୁରା , ପଂକ୍ତି ରେ, କୋରାନ

କହିଥାଏ, "ଯେଉଁ ବ୍ୟକ୍ତି ଇସ୍‍ଲାମ ବ୍ୟତୀତ ଅନ୍ୟ ଧର୍ମ (ଗ୍ରହଣ କରିବାକୁ) ଚାହୁଁଥାଏ,

ତେବେ (ସେ ମନେରଖନ୍ତୁ ଯେ) ତା'ଠାରୁ ଏହା କେବେହେଲେ ଗ୍ରହ‍ଣ କରାଯିବ ନାହିଁ; ପ୍ରରକାଳରେ ସେ କ୍ଷତିଗ୍ରସ୍ତ (ଲୋକ)ମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ହେବ ।"

ତାପରେ ପୁଣି ସୁରା , ପଂକ୍ତି ରେ, କୋରାନ କହେ, "ଯେଉଁମାନେ ବିଶ୍ୱାସକାରୀ ଏବଂ ଯେଉଁମାନେ ଇହୁଦୀ ଏବଂ ସାବି

ଓ ଖ୍ରୀଷ୍ଟିୟାନ, (ଏମାନଙ୍କ ମଧ୍ୟରୁ) ଯେଉଁମାନେ ଆଲ୍ଲାଃ ଓ ଅନ୍ତିମ ଦିବସ ଉପରେ ପ୍ରକୃତରେ ବିଶ୍ୱାସ କରିଛନ୍ତି ଏବଂ

ସତ୍‍କାର୍ଯ୍ୟ କରିଛନ୍ତି, ସେମାନଙ୍କର (ଭବିଷ୍ୟତ ପାଇଁ) କୌଣସି ଭୟ ନାହିଁ କି (ଅତୀତ ପାଇଁ) ସେମାନେ ଦୁଃଖିତ ହେବେ ନାହିଁ ।"

ତେଣୁ, ଏହି ମଧ୍ୟରୁ କେଉଁଟି? ବହୁ ସ୍ଥାନରେ କୋରାନ କହୁଛି ଯେ ଯଦି ତୁମେ ଜଣେ ଖ୍ରୀଷ୍ଟିୟାନ, ଯଦି ତୁମେ ଜଣେ

ଇହୁଦୀ, ଯଦି ତୁମେ ଜଣେ ସେବି, ଯେପର୍ଯ୍ୟନ୍ତ ତୁମେ ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତି, ଯାହା ଠିକ୍‍ ତାହା କରନ୍ତି, ଏବଂ

ଶେଷ ଦିନରେ ବିଶ୍ୱାସ ରଖୁଛନ୍ତି, ଆପଣଙ୍କର କିଛି ଅସୁବିଧା ହେବ ନାହିଁ."ଅନ୍ୟ ସ୍ଥାନରେ ଏହା କହୁଛି, "ଦେଖ, ଯଦି ତୁମେ

ଧର୍ମପ୍ରବର୍ତ୍ତକ ମହମ୍ମଦଙ୍କ ଉପରେ ବିଶ୍ୱାସ ରଖୁନାହାଁନ୍ତି, ଯଦି ତୁମେ ଇସ୍‍ଲାମ ବ୍ୟତୀତ ଅନ୍ୟ କୌଣସି ଧର୍ମ ଅନୁସର‍ଣ କରୁଛ, ତୁମେ ନିନ୍ଦନୀୟ ହେବ ।"

ତେଣୁ ଡ. ନାୟକଙ୍କୁ ଏହି ପ୍ରଶ୍ନ ପଚରାଯାଇଛି ଏବଂ ସେ ଏହାର ଉତ୍ତରରେ ଏକ ସମ୍ପୂର୍ଣ୍ଣ ମିଛ କହିଛନ୍ତି ।

ସେ କୋରାନରେ ଥିବା ଏକ ସୁସ୍ପଷ୍ଟ ବିରୋଧୋକ୍ତିର ସମ୍ମୁଖୀନ ହେଲେ, ଯାହାକି ଏକ ମିଥ୍ୟା ବହି ଅଟେ, ତେଣୁ

ସେ ଏକ ସ୍ପଷ୍ଟ ମିଥ୍ୟା କହିଛନ୍ତି । ସେ ଯୁବକ ଜଣଙ୍କୁ କଣ କହିଲେ ତାହା ଏଠାରେ ରହିଛି:

ଡ. ଜାକିର୍‍ ନାୟକ: ସେ କୋରାନରୁ ସୁରାହା ଅଲ୍‍ ବକରାହ ଅଧ୍ୟାୟ ପଂକ୍ତି ଉଦ୍ଧୃତ କରୁଛନ୍ତି,

ଯେଉଁମାନେ ଆଲାଃ ଏବଂ ଶେଷ ଦିନରେ ବିଶ୍ୱାସ କରିଥାନ୍ତି, ସେମାନେ ଇହୁଦୀ କିମ୍ବା ଖ୍ରୀଷ୍ଟିୟାନ କିମ୍ବା ସେବିୟ

ଯାହା ହୁଅନ୍ତୁ ନା କାହିଁକି, ସେମାନେ ଭୟ କରିବାର କିଛି ନାହିଁ, ସେମାନେ ନିଜର ଫଳପ୍ରାପ୍ତ କରିବେ ।

ସମାନ ଧରଣର ବିଷୟ ସୁରା ଅଧ୍ୟାୟ ରେ ଦୋହରା ଯାଇଛି । ଭାଇ ପଚାରୁଛନ୍ତି ଯେ

ଏଠାରେ କାହିଁକି ଧର୍ମପ୍ରବର୍ତ୍ତକଙ୍କ ଉପରେ ବିଶ୍ୱାସ ରଖିବା ବିଷୟ ଉଲ୍ଲେଖ କରାଯାଇନାହିଁ । ଯଦି ତୁମେ ଏହି ପ୍ରକାଶିତ ଉକ୍ତିର ପ୍ରସଙ୍ଗ ପଢିବ,

ଭାଇ, କଣ ହେଲା, ଲୋକ ଧମପ୍ରବର୍ତ୍ତକଙ୍କ ପାଖକୁ ଆସିଲେ ଏବଂ କହିଲେ, "ଆମେ ଇହୁଦୀ, ଆମେ ଖ୍ରୀଷ୍ଟିୟାନ, ଆମେ ସେବି - ଭଗବାନ ଆମକୁ କ୍ଷମା କରିପାରିବେ କି?

ସେହି ପ୍ରସଙ୍ଗରେ ପ୍ରତ୍ୟୁତ୍ତର ଦିଆଯାଇଥିଲା ଯେ, ତୁମେ ଆଲାଃ ଏବଂ ଶେଷ ଦିନ

ଉପରେ ବିଶ୍ୱାସ ରଖିଛ, ତୁମେ ପୂର୍ବରୁ ଜଣେ ଇହୁଦୀ, ଜଣେ ଖ୍ରୀଷ୍ଟିୟାନ କିମ୍ବା ଜଣେ ସେବିୟ ଥିଲ ସେଥିରେ କିଛି ଯାଏ ଆସେ ନାହିଁ,

ତୁମକୁ ଫଳପ୍ରାପ୍ତି ହେବ । ଯେଉଁ ବ୍ୟକ୍ତି ଯିଏ ଆଜି କହୁଛନ୍ତି

ଯେ ସେ ଜଣେ ଖ୍ରୀଷ୍ଟିୟାନ, ଏବଂ ଯିଏ କି ବିଶ୍ୱାସ କରନ୍ତି ଯିଶୁଖ୍ରୀଷ୍ଟ ହେଉଛନ୍ତି ଭଗବାନ,

ସେ ଜନ୍ନତ (ସ୍ୱର୍ଗ) କୁ ଯିବେ । ନାଁ, ଏହାର ଅର୍ଥ କଦାପି ଏହା ନୁହେଁ ।

ଯୁବକ: ନାଁ, ମୋ କଥାକୁ ପ୍ରମାଣିତ କରିବା ପାଇଁ ମୋ ନିକଟରେ କୋରାନର ଦୁଇଟି ପଂକ୍ତି ରହିଛି, ତାହା ହେଉଛି ଯଦି ତୁମେ ଏକ ଭଗବାନଙ୍କ ଉପରେ ବିଶ୍ୱାସ

ରଖିବ, ଉତ୍ତମ କାମ କରିବ, ଏବଂ ଶେଷ ଦିନରେ ବିଶ୍ୱାସ ରଖିବ, ତେବେ ତୁମକୁ ସେହି ଦିନ ସମ୍ପର୍କରେ ଭୟଭିତ ହେବାର କିଛି ନାହିଁ ।

ଡ. ଜାକିର ନାୟକ: ଟି ପଂକ୍ତି, କିନ୍ତୁ ଏହି ପଂକ୍ତିଗୁଡିକର ପ୍ରସଙ୍ଗ କଣ ଅଟେ?

ଯୁବକ: ହଁ, ତାହା ମୁଁ ଜାଣିନାହିଁ ।

ଡ. ଜାକିର ନାୟକ: ପଂକ୍ତିର ପ୍ରସଙ୍ଗ ହେଉଛି ଯେତେବେଳେ ଲୋକମାନେ ଧର୍ମପ୍ରବର୍ତ୍ତକ ମହମ୍ମଦଙ୍କ (ତାଙ୍କ ଉପରେ ଶାନ୍ତିର ସହବସ୍ଥାନ ବଜାୟ ରହୁ) ନିକଟକୁ

ଆସିଲେ, ସେମାନେ ଇସ୍‍ଲାମ ଧର୍ମ ଗ୍ରହଣ କରିବାକୁ କହିଲେ ଯେ, "ପୂର୍ବରୁ ଆମେ ଇହୁଦୀ, ଆମେ ଖ୍ରୀଷ୍ଟିୟାନ ଥିଲୁ..."

ତାପରେ ପଂକ୍ତି କହୁଛି.... ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ଅଟେ ।

ତାହା ଏକ ସୁସ୍ପଷ୍ଟ ମିଥ୍ୟା ଅଟେ । ଯେଉଁ ଯୁବକ ଜଣକଙ୍କ ସହିତ ଡ. ନାୟକ କଥାବାର୍ତ୍ତା କରୁଥିଲେ

ସେ ଏହି ପଂକ୍ତିଗୁଡିକର ପ୍ରସଙ୍ଗ ସମ୍ପର୍କରେ ଜାଣି ନଥିଲେ, କିନ୍ତୁ ମୁଁ ପ୍ରସଙ୍ଗ ଜାଣିଛି କାରଣ ମୁଁ

ମୋ ହାତରେ କୋରାନର ଏକ କପି ଧରିଛି, ଏବଂ ଆପଣ ଖ୍ରୀଷ୍ଟିୟାନ, ଇହୁଦୀ, ଏବଂ ସେବିୟ ସମ୍ପର୍କରେ ଉଭୟ ପ୍ରସଙ୍ଗଗୁଡିକ ଦେଖିପାରିବେ,

ଏବଂ ସେଠାରେ ଏହିଭଳି କୌଣସି ପ୍ରସଙ୍ଗ ନାହିଁ । "ପ୍ରସଙ୍ଗ" ଶବ୍ଦର ଅର୍ଥ ହେଉଛି

ଠିକ୍‍ ତାହା ପୂର୍ବରୁ କଣ ଆସିଛି କିମ୍ବା ଠିକ୍‍ ତାହା ପରେ କଣ ଆସିଛି । ଆପଣ ଏଗୁଡିକ ଦେଖିପାରିବେ ଏବଂ ଏହି ଲୋକମାନେ ତାଙ୍କ (ମହମ୍ମଦଙ୍କ) ନିକଟକୁ

ଆସିଥିବା ଏବଂ ସେମାନଙ୍କ ପୂର୍ବ ସଂପୃକ୍ତି ବିଷୟରେ ତା‍ଙ୍କୁପ୍ରଶ୍ନ କରିଥିବା ସମ୍ବନ୍ଧରେ କୌଣସି ବିଷୟ ନାହିଁ । ତାହା ହେଉଛି ଏକ ସୁସ୍ପଷ୍ଟ ମିଥ୍ୟା, କିନ୍ତୁ

ଡ. ନାୟକ କୋରାନ ସମ୍ପର୍କରେ ଲୋକଙ୍କର ଅଜ୍ଞତା ଉପରେ ପ୍ରତ୍ୟୁତ୍ତର ଦେଉଛନ୍ତି । ସେ

ସେଠାରେ ଉପସ୍ଥିତ ଥିବା ମୁସଲମାନଙ୍କ ଠାରୁ ବହୁତ କରତାଳି ଦ୍ୱାରା ପ୍ରଶଂସିତ ହେଉଛନ୍ତି, କିନ୍ତୁ ସେଠାରେ ଏହିପରି କୌଣସି ପ୍ରସଙ୍ଗ ନାହିଁ ।

ଆହୁରି ମଧ୍ୟ, ଏହା କହୁନାହିଁ ଯେ ଏହି ଲୋକମାନେ ଖ୍ରୀଷ୍ଟିୟାନ ରହି ଆସିଛନ୍ତି । ଏହା ସ୍ପଷ୍ଟ ଭାବରେ କହୁଛି ଯେ "ଯେଉଁମାନେ

ଇହୁଦୀ, ଖ୍ରୀଷ୍ଟିୟାନ ଏବଂ ସେବିୟ ଧର୍ମବିଶ୍ୱାସ, ବର୍ତ୍ତମାନ କାଳରେ ଅନୁସରଣ କରୁଛନ୍ତି, "ଯେଉଁମାନେ

ଭଗବାନ ଏବଂ ଶେଷ ଦିନରେ ବିଶ୍ୱାସ ରଖୁଛନ୍ତି ଏବଂ ଯାହା ଠିକ୍‍ ତାହା କରୁଛନ୍ତି ସେମାନେ ସେମାନଙ୍କର ପରମେଶ୍ୱରଙ୍କ ଦ୍ୱାରା ପୁରସ୍କୃତ ହେବେ, ସେମାନେ ଭୟ କିମ୍ବା ଅନୁତାପ

କରିବାର କିଛି ନାହିଁ ।" ଏହା କହିନଥାଏ ଯେ ଯେଉଁମାନେ ଇହୁଦୀ, ଖ୍ରୀଷ୍ଟିୟାନ ।

ଏହା ଏକ ସମ୍ପୂର୍ଣ୍ଣ ମିଥ୍ୟା, ଏବଂ ଡ. ନାୟକ ଜଣେ ମିଥ୍ୟାବାଦୀ ବ୍ୟକ୍ତି ଅଟନ୍ତି । ଏହି ପୁସ୍ତକ ମିଥ୍ୟାରେ ଭରପୁର ଅଟେ,

କୋରାନ, ତେଣୁ ମିଥ୍ୟାରେ ପରିପୂର୍ଣ୍ଣ ପୁସ୍ତକଙ୍କୁ ରକ୍ଷା କରିବା ପାଇଁ, ତୁମକୁ ମିଛ ତ କହିବାକୁ ପଡିବ, ଏବଂ

ଡ. ନାୟକ ଏପରି କରୁଛନ୍ତି ଯାହା କି ମୁଁ ଏବେ ଆପଣଙ୍କ ସମ୍ମୁଖରେ ପ୍ରମାଣିତ କରିସାରିଛି ।

ଏଥିପାଇଁ ନିଜେ କୋରାନ ପଢନ୍ତୁ ଏବଂ ସେ କହୁଥିବା ପ୍ରସଙ୍ଗ ସେଥିରେ ଅଛି କି ନାହିଁ ତାହା ଦେଖନ୍ତୁ ।

ଏହା ସେଥିରେ ନାହିଁ । ଏଠାରେ ସତ୍ୟତା ପ୍ରତିପାଦିତ ହୋଇଛିଏବଂ ଏହା ହେଉଛି ସତ୍ୟ, ପବିତ୍ର ବାଇବେଲ୍‍, ଯିଶୁଖ୍ରୀଷ୍ଟ ହେଉଛନ୍ତି ଏକମାତ୍ର ଉପାୟ, ସତ୍ୟ,

ଏବଂ ଜୀବନ । ତାଙ୍କ (ଯିଶୁଖ୍ରୀଷ୍ଟଙ୍କ) ବ୍ୟତୀତ ଅନ୍ୟ କେହି ବ୍ୟକ୍ତି ପରମେଶ୍ୱରଙ୍କ ନିକଟକୁ ଆସିନଥାନ୍ତି ।

 

 

 

mouseover